ଲୁଟେଟିଅମ (୧୭୭ ଲୁ) ଭିପିଭୋଟାଇଡ ଟେଟ୍ରାକ୍ସେଟାନ
Clinical data | |
---|---|
Trade names | Pluvicto |
Synonyms | 177Lu-PSMA-617, Lutetium Lu 177 vipivotide tetraxetan (USAN US) |
data | |
Routes of administration | Intravenous |
Drug class | Radiopharmaceutical |
Legal status | |
Legal status | |
Chemical and physical data | |
3D model (JSmol) | |
| |
|
ଲୁଟେଟିଅମ (୧୭୭ ଲୁ) ଭିପିଭୋଟାଇଡ ଟେଟ୍ରାକ୍ସେଟାନ, (ଇଂରାଜୀ ଭାଷାରେ Lutetium (177Lu) vipivotide tetraxetan), ପ୍ଲୁଭିକ୍ଟୋ ଏହାର ଏକ ବେପାର ନାମ, ହେଉଛି ଏକ ରେଡିଓଆକ୍ଟିଭ୍ ଔଷଧ ଯାହା ମେଟାଷ୍ଟାଟିକ୍ କାଷ୍ଟ୍ରେସନ୍-ପ୍ରତିରୋଧକ ପ୍ରୋଷ୍ଟେଟ୍ କର୍କଟର (mCRPC) ଚିକିତ୍ସା ପାଇଁ ବ୍ୟବହୃତ ହୁଏ ଯାହା ପ୍ରୋଷ୍ଟେଟ୍-ନିର୍ଦ୍ଦିଷ୍ଟ ମେମ୍ବ୍ରେନ୍ ଆଣ୍ଟିଜେନ୍ (PSMA) -ପଜିଟିଭ୍ ଅଟେ ।[୨] ଏହା ଏକ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଥକ୍କା, ଶୁଖିଲା ପାଟି, ଅଇ, କମ୍ ହେମୋଗ୍ଲୋବିନ, ଖାଦ୍ୟ ରୁଚି କମିବା ଏବଂ କୋଷ୍ଠକାଠିନ୍ୟ ହୋଇପାରେ ।[୨] ଅନ୍ୟ ପାର୍ଶ୍ୱ ପ୍ରତିକ୍ରିୟାରେ ବିକିରଣ ସଂସ୍ପର୍ଶ, ଅସ୍ଥି ମଜ୍ଜା ଦମନ, ବନ୍ଧ୍ୟାକରଣ ଏବଂ ବୃକ୍କ ସମସ୍ୟା ଅନ୍ତର୍ଭୁକ୍ତ ହୋଇପାରେ ।[୨] ପୁରୁଷମାନେ ଗର୍ଭବତୀ ସହିତ ସହଭାଗୀ ହେଲେ ଶିଶୁର କ୍ଷତି ହୋଇପାରେ ।[୨] ଭିପିଭୋଟାଇଡ ଟେଟ୍ରାକ୍ସେଟାନ ପିଏସଏମଏ (PSMA) ଅଭିବ୍ୟକ୍ତ ଅର୍ବୁଦ କୋଷ ସହିତ ସଂଯୁକ୍ତ ହୁଏ ଓ ବାନ୍ଧୁଥିବା ବେଳେ ସଂଲଗ୍ନ ହୋଇଥିବସ 177Lu ବିଟା କଣିକା ବିକିରଣଦ୍ୱାରା କୋଷଗୁଡ଼ିକୁ ନଷ୍ଟ କରିଥାଏ ।
୨୦୨୨ ମସିହାରେ ଯୁକ୍ତରାଷ୍ଟ୍ରରେ ଚିକିତ୍ସା କ୍ଷେତ୍ରରେ ବ୍ୟବହାର ପାଇଁ ଲୁଟେଟିଅମ୍ (୧୭୭ ଲୁ) ଭିପିଭୋଟାଇଡ ଟେଟ୍ରାକ୍ସେଟାନ ଅନୁମୋଦିତ ହୋଇଥିଲା ।[୨] ଅକ୍ଟୋବର ୨୦୨୨ରେ ୟୁରୋପରେ ଏହାର ଅନୁମୋଦନ ପାଇଁ ସୁପାରିଶ ହୋଇଥିଲା ।[୩] ଯୁକ୍ତରାଷ୍ଟ୍ରରେ ୨୦୨୨ ସୁଦ୍ଧା ଏହାର ଏକ ମାତ୍ରାରେ ମୂଲ୍ୟ ପ୍ରାୟ ୪୫,୦୦୦ ଡଲାର ଥିଲା । [୪]
ଆଧାର
[ସମ୍ପାଦନା]- ↑ Advanced Accelerator Applications USA. "Pluvicto Product Monograph" (PDF). The Drug and Health Product Register. Government of Canada. Archived (PDF) from the original on 1 October 2022. Retrieved 12 October 2022.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ ୨.୬ ୨.୭ "Pluvicto- lutetium lu 177 vipivotide tetraxetan injection, solution". DailyMed. 23 March 2022. Archived from the original on 5 April 2022. Retrieved 4 April 2022.
- ↑ "Pluvicto: Pending EC decision - European Medicines Agency". European Medicines Agency. 2022-10-13. Archived from the original on 2022-10-14. Retrieved 2022-10-13.
- ↑ "Pluvicto Prices, Coupons, Copay & Patient Assistance". Drugs.com (in ଇଂରାଜୀ). Archived from the original on 10 August 2023. Retrieved 12 December 2022.